ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର । ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବର ଦଖଲ କରିଥିବା ବନ୍ଧବାହଲ ସ୍ଥିତ ଘର ଉପରେ ବୁଲଡୋଜର ଚଢାଇ ଜବର ଦଖଲ ଉଛେଦ କରାଯାଇଥିବାବେଳେ ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବର ଦଖଲ ଉଛେଦ କରାଯିବ ବୋଲି କୁହାଯାଇଛି । ଏମଡି ସୋନୁ ନାମରେ ଚାରୋଟି ଅପରାଧିକ ମାମଲା ରହିଛି । ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୩୦ ଟି ଅପରାଧିକ ମାମଲା ରହିଛି । ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟ ଗ୍ରହଣ କରି ବନ୍ଧବାହାଲରେ ଏହି ଜବରଦଖଲ ଉଛେଦ କରାଯାଇଛି ।