ଭଦ୍ରକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା | ଭଦ୍ରକ ରେ ଏକ ସୋସିଆଲ ମିଡିଆ ପୋଷ୍ଟ କୁ ନେଇ ବିବାଦ ଉପୁଜିଥିଲା ପରେ ଏହା ହିଂସାର ରୂପ ନେଇଥିଲା | ସେହି ଅଞ୍ଚଳରେ ୧୪୪ଧାରା ଲାଗିବା ସହ ଇଣ୍ଟରନେଟ ସେବାଗୁଡିକକୁ ସମ୍ପୂର୍ଣ ବନ୍ଦ କରିଦିଆଯାଇଥିଲା | ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ବସିଥିଲା ଓ ଇଣ୍ଟରନେଟ ସେବା ଯୋଗାଇବାପାଇଁ ନିସ୍ପତି ନିଆଯାଇଥିଲା |ସେଠାରେ ଏବେ ଇଣ୍ଟରନେଟ ସେବା ଜାରି ରହିଛି | ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି ଏବଂ ବର୍ତ୍ତମାନ ୧୬୩ ଧାରା ଜାରି ରହିଛି |ଦେଖନ୍ତୁ ସମ୍ପୂର୍ଣ ଖବର |