ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ନିରାକାରପୁରରେ କୂଅରୁ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ତେବେ ସେ କୂଅରେ କିପରି ପଡ଼ିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତ ଯୁବତୀ ହେଉଛନ୍ତି ନିରାକାରପୁର ଥାନା ନନପଡା ଗ୍ରାମର ଜ୍ୟୋତିର୍ମୟୀ ପ୍ରଧାନ, ବୟସ ୨୧।
ସୂଚନାରୁ ଜଣାପଡିଛି ନନପଡା ଗ୍ରାମର ଉମେଇ ପ୍ରଧାନଙ୍କ ଘର ପାଖରେ ଥିବା ଏକ ଅପରିତ୍ୟକ୍ତ କୂଅରୁ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ନନପଡା ଗ୍ରାମର ଉମେଇ ପ୍ରଧାନଙ୍କ ଝିଅ ଜୋତିର୍ମୟୀ ପ୍ରଧାନ ଗତ ଗୁରୁବାର ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ତାଙ୍କର ସନ୍ଧାନ ପାଇ ନଥିଲେ।ଏନେଇ ଉମେଇ ପରିବାର ପକ୍ଷରୁ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ।
ମୃତଦେହ କୂଅରେ ପଚି ଦୁର୍ଗନ୍ଧ ହେବାରୁ ପାଖ ପଡୋଶୀମାନେ କୂଅକୁ ଦେଖିଥିଲେ । କୂଅରେ ଏକ ଶବ ଭାଷୁଥିବା ଦେଖି ନିରାକାରପୁର ପୋଲିସ କୁ ସୂଚନା ଦେଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ମୃତଦେହକୁ କୂଅରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଛି। ଯୁବତୀ ଜଣଙ୍କ କିଭଳି ମୃତ୍ୟୁ ବରଣ କରିଛନ୍ତି, କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି।