ଭୁବନେଶ୍ବର: ରାଜ୍ୟରେ ବର୍ଷା ପରିମାଣ ବଢ଼ିବାରେ ଲାଗିଛି । ତିନି ଦିନ ହେଲା କିଛି ଜିଲ୍ଲାରେ ଲଗାଣ ବର୍ଷା ହୋଇଛି । ରାଜଧାନୀ ସମେତ ଉପକୂଳ ଜିଲ୍ଲାରେ ବର୍ଷା ଛେଚୁଛି । ଗତ ୨୪ ଘଂଟାରେ ୧୦ଟି ସ୍ଥାନରେ ହୋଇଛି ପ୍ରବଳ ବର୍ଷା । ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରହିଥିବାରୁ ବର୍ଷା ପ୍ରବଳ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଯାହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ପୁଣି ବର୍ଷା ଲାଗି ରହିବ ବୋଲି ରିପୋର୍ଟରେ କୁହାଯାଇଛି । ଆଜି ଉପକୂଳ ଜିଲ୍ଲା ସମେତ କେନ୍ଦୁଝର ଓ ମୟୁରଭଞ୍ଜରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଉପକୂଳ ଜିଲ୍ଲା ସମେତ ମୟୁରଭଞ୍ଜ, ସୁନ୍ଦରଗଡ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ ।