ଆଲୋକର ପର୍ବ ‘ଦୀପାବଳି’ । ଚାରିଆଡ଼େ ଆଲୋକ ଝଲସୁଛି । ଯେଉଁଠିକୁ ଚାହିଁଲେ ରଂଗୀନ ଆଲୋକ ଦେଖାଯାଉଛି। ଆକାଶରୁ ଖାଲି ବାଣର ଶଦ୍ଦ ଶୁଭୁଛି। ପୂରା ଭାରତ ସମେତ ଓଡ଼ିଶାର ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତେ ଦୀପାବଳି ପାଇଁ ବ୍ୟସ୍ତ। ବ୍ୟବସାୟୀମାନେ ନିଜର ବ୍ୟବସାୟିକ ଅନୁଷ୍ଠାନରେ ପୂଜା କରୁଥିବା ବେଳେ ଯୁବଗୋଷ୍ଠୀ ବାଣ ଫୁଟାଇବାରେ ବ୍ୟସ୍ତ ଅଛନ୍ତି। ବାଣ ଫୁଟାଇବାକୁ ନେଇ ଛୋଟଛୋଟ ପିଲାମାନଙ୍କ ଠାରୁ ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ ରହୁଥିବା ଦେଖା ଯାଉଛି। ଆଜି ଦିନସାରା କାଁଭାଁ ଶଦ୍ଦ ଶୁଣାଯାଉଥିବା ବେଳେ ସୂର୍ଯ୍ୟ ଅସ୍ତ ହେବା ପରଠାରୁ ଶବ୍ଦ ଅଧିକ ଶୁଣାଯାଉଛି।