ଅୟସରେ ରହୁଥିଲେ । କଳାଟଙ୍କାରେ ବନାଇଥିଲେ ଫାର୍ମ ହାଉସ । ରେଞ୍ଜର ଫାର୍ମ ହାଉସକୁ ବନେଇଥିଲେ ଚିଡିଆଖାନା । ଆଉ ଏବେ ତାଙ୍କ ପରିଚୟ ହୋଇଛି ଜେଲ ଖାନା । ରେଞ୍ଜରଙ୍କ କଳା କାରନାମା । କୁଆଡୁ ଆଣିଲେ ପୁଳା ପୁଳା ଟଙ୍କା । ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର୍ ବିଭୁଦାନନ୍ଦ ମିଶ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।ତାଙ୍କ ଘରର ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ବାହାରିଛି। ଏପରିକି ତାଙ୍କ ଟଏଲେଟ୍ ଫ୍ଲସ୍ ମଧ୍ୟରେ ଲୁଚାଇ ରଖିଥିବା ଟଙ୍କାକୁ ଓଦା ଅବସ୍ଥାରେ ଭିଜିଲାନ୍ସ ଅଧିକାରୀମାନେ ଜବତ କରିଛନ୍ତି। ଆଠଗଡ଼ ରାହାଙ୍ଗୁଳସ୍ଥିତ ୮ ଏକର ଜମି ଉପରେ ଶ୍ରୀ ମିଶ୍ରଙ୍କର ଏକ ବିଶାଳ ଫାର୍ମହାଉସ ଠାବ କରିଛି ଭିଜିଲାନ୍ସ। ସେଠାରେ ଦୁଇଟି ବ୍ରଏଲର କୁକୁଡ଼ା ଫାର୍ମ ଥିବାବେଳେ ଏକାଥରକେ ୨୨ ହଜାର କୁକୁଡ଼ାର ରଖାଯିବାର ବ୍ୟବସ୍ଥା ରହିଛି। ଫାର୍ମ ଭିତର ତଥା ମୁଖ୍ୟ ଫାଟକ ନିକଟରେ ରହିଛି ଆଖି ଝଲସିବା ଭଳି ପାର୍କ ବା ପ୍ରମୋଦ ଉଦ୍ୟାନ। ଏହି ପାର୍କରେ ସିମେଣ୍ଟରେ ତିଆରି ଭାଲୁ, କଇଁଛ, ବୁଦ୍ଧଦେବ ଓ ଶିବଲିଙ୍ଗ, ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳି, ଆଖିଦୃଶିଆ ଖୋଲା ଡାଇନିଂ ପ୍ଲେସ, ଏକାଧିକ କଂକ୍ରିଟ୍ ବେଞ୍ଚ, ବିଶ୍ରାମ ନେବା ପାଇଁ ଦ୍ବିତଳ ପ୍ରାସାଦ ଇତ୍ୟାଦି ରହିଛି। ଆହୁରି ମଧ୍ୟ ଫାର୍ମ ହାଉସ୍ର ପାର୍କକୁ ଲାଗି ତାରଜାଲି ଘେରା ଛୋଟଛୋଟ ଆଜବେଷ୍ଟସ୍ ସେଡ୍ରେ ଠେକୁଆ, ମୟୂର, ଶୁଆ, ହଂସ ଆଦି ରଙ୍ଗବେରଙ୍ଗର ବନ୍ୟ ପଶୁପକ୍ଷୀଙ୍କୁ ରଖାଯାଇଛି। ବନ ଅଧିକାରୀ ହୋଇଥିଲେ ମଧ୍ୟ ରେଞ୍ଜର ବେଆଇନ ଭାବେ ଆବଦ୍ଧ କରି ବନ୍ୟ ପଶୁପକ୍ଷୀଙ୍କୁ ରଖିଥିଲେ ।
ଆସନ୍ତୁ ଦେଖିବା ସମ୍ପୂର୍ଣ୍ଣ ଖବର ।