ସେପଟେ ପୂଜା ମଣ୍ଡପ ବୁଲୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାରଦୀୟ ଦୂର୍ଗାପୂଜା ଅବସରରେ ଏ ଖୁସୀର ମାହୋଲରେ ସାମିଲ ହେଇଛନ୍ତି । ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କର ଆଶିଷ ଭିକ୍ଷା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ମହାଷ୍ଟମୀ ଅବସରରେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲୁଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ଥିବାବେଳେ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ଦର୍ଶନ ଆରମ୍ଭ କରିଥିଲେ । ରସୁଲଗଡ ଦୁର୍ଗାପୂଗା ମଣ୍ଡପରେ ନବୀନଙ୍କୁ କମିଟି ତରଫରୁ ଭବ୍ୟ ସ୍ବାଗତକରାଯାଇଥିବା ବେଳେ ରସୁଲଗଡ ପୂଜା ପେଣ୍ଡାଲ ବୁଲିଥିଲେ ନବୀନ ।
ଏହାପରେ ୧୧ଟା ୩ ମିନିଟରେ ସହିଦନଗର ପୂଜା ପେଣ୍ଡାଲରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହିତ ପେଣ୍ଡାଲ ବୁଲି ଦେଖିଥିଲେ ନବୀନ