ପୁରୀ: ଚଳିତ ବର୍ଷ ରଥଯାତ୍ରା ୨ ଦିନ ଥିବାରୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୁରୀରେ ସମୀକ୍ଷା ବୈଠକରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ବିରଳ ଓ ଅଦ୍ଭୁତ ରଥଯାତ୍ରା ହେବାକୁ ଯାଉଛି । ଦୀର୍ଘ ୫୩ ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି । ସରକାରୀସ୍ତରରେ ଯେଉଁ ଗୋଟିଏ ଦିନର ଛୁଟି ଥିଲା ତାହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି । ଚଳିତ ବର୍ଷ ରଥଯାତ୍ରା ଦେଖିବାକୁ ପୁରୀ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଦେଖିବା ସହ ରଥ ଟାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହା ବେଶ ଖୁସି ଓ ଗୌରବର କଥା । ଏହି ବିରଳ ରଥଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।