ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ଦିନିଆ ଚନ୍ଦନ ଯାତ୍ରା। ଏଥି ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଛି । ଏହାସହ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତିନି ରଥ ନିର୍ମାଣ ଲାଗି ଆଜି ରଥକାଠ ଅନୁକୂଳ ହେବ। ଚନ୍ଦନଠାକୁର ମାନେ ବାହାର ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୁଳ ପାଇଁ ବିମାନ ବିଜେ କରି ବଡଦାଣ୍ଡକୁ ଓହ୍ଲାଇବେ । ସେପଟେ ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ଫୁଟିଆ ଧଉରା କାଠକୁ ରଖାଯାଇଛି । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ ।