ବ୍ରହ୍ମପୁରରେ ବର୍ଷିଲେ ମୋଦୀ । ଜନସଭାରୁ ବିଜେଡି ସରକାର ଉପରେ ବର୍ଷିବା ସହିତ ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରୀ ତାରିଖ ବୋଲି କହିଛନ୍ତି ମୋଦୀ । ଏଥିସହିତ ଓଡିଶାରେ ବିଜେପି ଏଥର ସରକାର ଗଢିବ । ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଜୁନ୍ ୧୦ ତାରିଖରେ ଶପଥ ନେବେ ବୋଲି କହିଛନ୍ତି ମୋଦୀ ।
ସୋମବାର ବ୍ରହ୍ମପୁରରେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ନିଜର ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସେ କହିଥିଲେ, କାଲି ମୁଁ ଅଯୋଧ୍ୟାରେ ଥିଲି, ଆଜି ମୁଁ ମହାପ୍ରଭୁଙ୍କୁ ଭୂମିରେ ଅଛି । ଆଜି ମୁଁ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି । ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇ, କିଏ ରାମ ମନ୍ଦିର ନିର୍ମାଣ କରିଛି ବୋଲି ପ୍ରଶ୍ନ କରିଥିଲେ ମୋଦୀ । ଏଥିସହ ଲୋକଙ୍କ ଗୋଟିଏ ଭୋଟ ହିଁ ରାମ ମନ୍ଦିର ନିର୍ମାଣ କରିଛି ବୋଲି କହିଥିଲେ ମୋଦୀ ।
ଅନ୍ୟପଟେ ଓଡିଶାରେ ଏଥର ୨ଟି ଯଜ୍ଞ ଏକାସାଙ୍ଗରେ ହେଉଛି । ଗୋଟିଏ ହେଉଛି ଦେଶ ପାଇଁ ମଝବୁତ୍ ସରକାର ନିର୍ମାଣ ପାଇଁ । ଅନ୍ୟଟି ହେଉଛି ଓଡିଶାରେ ମଝବୁତ ରାଜ୍ୟ ସରକାର ନିର୍ମାଣ ପାଇଁ । ଓଡିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଢିବାକୁ ଆହ୍ୱାନ ଦେଇଥିଲେ ମୋଦୀ । ଓଡିଶା ବିଜେପି, ଓଡିଶାର ଆକାଂକ୍ଷାକୁ ଧ୍ୟାନରେ ରଖି ସଙ୍କଳ୍ପ ପତ୍ର ଜାରି କରିଛନ୍ତି । ଏଥିରେ ଯୁବ, ମହିଳାଙ୍କ ପାଇଁ ରୋଜଗାର ଅଛି । ଏଥିରେ ବୃଦ୍ଧଙ୍କ ପାଇଁ ସ୍ୱାସ୍ଥ୍ୟ ଅଛି, ଏଥିରେ ଓଡିଶାର ମହାନ ସଂସ୍କୃତି, ପର୍ଯ୍ୟଟନ ବିକାଶ ପାଇଁ ଘୋଷଣା ହେଇଛି । ବିଜେପି ଯାହା କହିଥାଏ, ତାହା କରିକି ଦେଖାଏ । ତେଣୁ ଏଥିପାଇଁ ଏଠି ସରକାର ହେବା ପରେ ଆମେ ପୂରା ଶକ୍ତିର ସହ ଏହି ସଙ୍କଳ୍ପକୁ ପୂରା କରିବୁ । ଏ ହେଉଛି ମୋଦୀର ଗ୍ୟାରେଣ୍ଟିଂ ।