ଭୁବନେଶ୍ବର: ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପଡିବ ଭୋଟ । ଏହା ପୂର୍ବରୁ ବିଜେଡିକୁ ଆଟାକ୍ କରିବା ସହ ମତଦାନ ସମୟରେ ବୁଥ ରିଗିଂ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣି ଅଫିସରଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ତାଙ୍କ କହିବା କଥା ବିଜେଡି ନେତାମାନେ ପୁଲିସକୁ ହାତ କରି ମତଦାନ ବେଳେ ବୁଥ ରିିଗିଂ କରିବାକୁ ଯୋଜନା କରିଛନ୍ତି ।