ଓଡ଼ିଶାର କୃଷି ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ NDTV Climate Impact Of The Year’ Award ମିଳିଛି । କୃଷି କ୍ଷେତ୍ରରେ ଉଲ୍ଲେଖନିୟ ଗବେଷଣା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଐଶ୍ବନି ବୈଷ୍ଣବଙ୍କଠାରୁ ଏନଡିଟିଭି ଇଣ୍ଡିଆନ ଅଫ ଦିନ ଇୟର କାର୍ଯ୍ୟକ୍ରମ ଅବସରରେ ସେ ପୁରସ୍କାର ଗ୍ରହଣ କରିଥିଲେ । କୃଷିକ୍ଷେତ୍ରରେ ଗ୍ରାମ୍ୟସ୍ତରରେ ଚାଷକାର୍ଯ୍ୟର ଉନ୍ନତି ପାଇଁ ସେ କାର୍ଯ୍ୟ କରୁଛନ୍ତି । ବିଶେଷ କରି ଧାନ ବିହନ କ୍ଷେତ୍ରରେ ତାଙ୍କ ଦ୍ବାରା କରାଯାଇଥିବା ଅଭିନବ ପଦ୍ଧତ୍ତିଗୁଡିକର ଆବିଷ୍କାର ଏବଂ ଜାତୀୟସ୍ତରରରେ ଏହାକୁ ପ୍ରୋତ୍ସାହିତ କରିବାରେ ସ୍ବାତୀ ଅଗ୍ରଣୀ ଭୁମିକା ନିର୍ବାହ କରିଛନ୍ତି। ‘ବିହନ ଦିଦି’ ଭାବେ ଦେଶ ଓ ବିଦେଶରେ ପରିଚିତ ସ୍ବାତୀ ନାୟକ । ୫୦୦ରୁ ଅଧିକ ଧାନ ବିହନ ଉପରେ ସେ ଗବେଷଣା କରିଛନ୍ତି। ଏଥି ସହିତ ୨୦ରୁ ଅଧିକ ଅମଳକ୍ଷମ ବିହନ ଉପରେ ଗବେଷଣା କରି ସଫଳତା ପାଇଛନ୍ତି । ପୁରସ୍କାର ଗ୍ରହଣ କରିବା ପରେ ଡ.ନାୟକଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।