ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଲହରି ଖେଳିଯାଇଛି। ବାଘୁଣୀ ‘ରୁପା’ ତୃତୀୟ ଥର ପାଇଁ ମା’ ହୋଇଛି। କ୍ରିଷ୍ଣା ଏବଂ ରୁପା ମିଳନରେ ଏକ ଶାବକ ଜନ୍ମ ହୋଇଛି। ରୁପା ୪ ଛୁଆ ଜନ୍ମ ଦେଇଛି। କ୍ରିଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ ହେବା ନେଇ ଆଶା କରାଯାଉଛି। ସେପଟେ ଖୁଆଡ଼ୋ ଚାରିପଟେ ସିସିଟିଭି କ୍ୟାମେରା ଲଗାଯାଇଛି। ନନ୍ଦନକାନନର ସ୍ବତନ୍ତ୍ର ଟିମ୍ କଡ଼ା ଉପରେ କଡ଼ା ନଜର ରଖିଛନ୍ତି।