ପୁରୀ: ଟ୍ରେନ ଭିତରକୁ କେଉଁଠୁ ଆସିଲା ଗୁଳି ? କିଏ ଆଣିଲା ଗୁଳି ? କାହା ପାଖକୁ ଯାଉଥିଲା ଗୁଳି ? ଏଭଳି ଅନେକ ପ୍ରଶ୍ନ ଉଠିଛି ପୁରୀ ରେଳ ଷ୍ଟେସନରେ । ଗୁଳିଗୁଡ଼ିକ ପୋଲିସ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଆରପିଏଫ୍ ଗୁଳି ବ୍ୟାଗ ଦେଖିବା ପରେ ତଦନ୍ତ ହେବ ବୋଲି କହିଛି । ପୁରୀ ରେଳଷ୍ଟେସନରେ ଆଜି ଆରପିଏଫ୍ର କର୍ମଚାରୀମାନେ ଟ୍ରେନ୍ରୁ ୧୫୦ଟି ଗୁଳି ଜବତ କରିଛନ୍ତି। ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ପୁରୀ ରେଳଷ୍ଟେସନରେ ପହଞ୍ଚି ଥିଲା। ଷ୍ଟେସନରେ ରେଳ ପହଞ୍ଚିଲା ପରେ ଯାତ୍ରୀମାନେ ନିଜନିଜ ରାସ୍ତାରେ ବାହାରି ଯାଇଥିଲେ। ଏହା ପରେ ଦୀପାବଳି ଅବସରରେ ସୁରକ୍ଷାକୁ ଗୁରୁତ୍ବ ଦେଇ ସୁରକ୍ଷାକର୍ମୀମାନେ ଟ୍ରେନ୍ ଯାଞ୍ଚ ବେଳେ ଏସ୍-୨ କୋଚ୍ର ସିଟ୍ ନମ୍ବର ୭୩ ତଳେ ଏକ ବ୍ୟାଗ୍ ଠାବ କରିଥିଲେ। ଏହାକୁ ଯାଞ୍ଚ କରାଯିବା ବେଳେ ୮ଏମ୍ଏମ୍ର ୧୫୦ଟି ଗୁଳି ମିଳିଥିଲା। ତେବେ ଏ ଗୁଳି କିଏ ଆଣିଲା କିଏ ନେଇଥାନ୍ତା ତାହା ଏବେ ବଡ଼ ପ୍ରଶ୍ନ ହୋଇଛି ।