ବିଜେଡି ନେତା ଭିକେ ପାଣ୍ଡିଆନ ସାମ୍ବାଦିକ ସମ୍ମିଳନୀରେ ଯୁବବର୍ଗଙ୍କୁ ନେଇ ପୁଣି ବଡ଼ ଘୋଷଣା କରିଛନ୍ତି । ଆଗାମୀ ୧୦ ବର୍ଷ ଯୁବକଙ୍କ ପାଇଁ ସୁବର୍ଣ୍ଣ ଯୁଗ ହେବ ବୋଲି କହିଛନ୍ତି। ପ୍ରଥମ ଥର ପାଇଁ ଅଣାଯିବ ୧ ଲକ୍ଷ କୋଟି ଟଙ୍କାର ଯୁବ ବଜେଟ। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ।