୨ ପୁଅ ଜନ୍ମକଲା ମା’ର ଗଳା କାଟିଦେଲେ । ବ୍ୟକ୍ତିଗତ କାରଣ ପାଇଁ ମା’କୁ ମାରିଦେଲେ । ଘର କଳିରେ ବଳିପଡ଼ିଲେ ମା । କୌଣସି କଥାକୁ ନେଇ କଳି ହେଲା ଶେଷରେ ହତ୍ୟା କରିବାକୁ ପଛାଇଲେ ନାହିଁ ୨ ପୁଅ। ମହାନଦୀ ବିହାର ସ୍ଥିତ ଘରେ ମା’ ଓ ଦୁଇ ପୁଅ ରହୁଥିବା ବେଳେ ସକାଳେ ଦୁଇ ପୁଅ ମିଶି ମା’କୁ ଗଳାକାଟି ହତ୍ୟା କରିଥିଲେ। ପାଖ ପଡ଼ୋଶୀ ମା’ର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଘରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ମହାନଦୀ ବିହାରରେ। ହତ୍ୟାକାଣ୍ଡ ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୁଲିସ।