ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ତାଙ୍କ ଟିମ୍ । ଦର୍ଶନ ସାରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ବୁଲିବା ପରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ସେଠାରେ ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ। ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି. ସିଂହଦେଓ, ପ୍ରଭାତୀ ପରିଡ଼ା, ପୁରୀ ଏମପି ସମ୍ବିତ ପତ୍ର, ବାଲେଶ୍ୱର ଏମପି ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀର ଏମପି ସଂଗୀତ ସିଂହଦେଓ ଏବଂ ପୁରୀ ଜିଲାପାଳ ପ୍ରମୁଖ ଉପସ୍ଥିତି ରହିଥିଲେ।