ହରାରେ: ଜିମ୍ବାୱେ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟାଚ୍ରେ ୧୩ ରନ୍ରେ ପରାଜିତ ହୋଇଛି। ଟିମ୍ ଇଣ୍ଡିଆ ୧୯.୫ ଓଭରରେ ୧୦ ୱିକେଟ ହରାଇ ୧୦୨ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଶୁଭମାନ ଗିଲ ୩୧ ରନ୍ କରିଥିବାବେଳେ ଋତୁରାଜ ଗାଇକୱାଡ ୭ ରନ୍ କରିଥିଲେ। ସେହିପରି ରିୟାନ ପରାଗ ୨ , ଧ୍ରୁଭ ଜୁରେଲ ୭ , ୱାଶିଂଟନ୍ ସୁନ୍ଦର ୨୭ , ରବି ବିଶ୍ନୋଇ ୯ , ଆବେଶ ଖାନ ୧୬ ରନ୍ କରିଥିଲେ। ୩ ଜଣ ବ୍ୟାଟସ୍ ମ୍ୟାନ୍ କୌଣସି ରନ୍ ନ କରି ପାଭିଲିୟନ ଫେରିଥିଲେ।ଦୁଇ ଦଳ ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଥିଲେ। ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାୱେ ଦଳ ଅଧିନାୟକ ସିକନ୍ଦର ରଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଜିମ୍ବାୱେ ଦଳ ୯ ୱିକେଟ ହରାଇ ୧୧୫ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୧୬ରନ୍ ରହିଥିଲା।