କଲମ୍ବୋ: ୨ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତ ଆଗରେ ବିଜୟ ପାଇଁ ୨୪୧ ରନର ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା। ପ୍ରଥମରୁ ଶ୍ରୀଲଙ୍କାର ରନ୍ ଧିମା ରହିଥିଲା ବେଳେ ମଝିରେ ରନ ରେଟ କମିଯାଇଥିଲା । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ପ୍ରଥୁମ ନିଶଙ୍କା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ତେବେ କୁଶଲ ମେଣ୍ଡିସ ଓ ଅଭିଷ୍କା ଫର୍ନାଣ୍ଡୋ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। ମେଣ୍ଡିସ ୩୦ ଓ ଫର୍ନାଣ୍ଡୋ ୪୦ ରନ କରିଥିଲେ। ମଧ୍ୟକ୍ରମ ବ୍ୟାଟରମାନେ ବଡ଼ ଯୋଗଦାନ ଦେଇପାରିନଥିଲେ ବି ଦୁନିଥ ଓ୍ବାଲାଲାଙ୍ଗେ ୩୯ ରନ ଓ କାମିଣ୍ଡୁ ମେଣ୍ଡିସ ୪୦ ରନ କରିଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୦ ରନ କରିପାରିଥିଲା । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। କୁଳଦୀପ ଯାଦବଙ୍କୁ ୨ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।