ସେଞ୍ଚୁରିଅନ୍: ତିଳକ ବର୍ମାଙ୍କ ଛକା ଚଉକା ବର୍ଷା । ଭାରତ ଜିତିଲା ତିଳକଙ୍କର ପ୍ରଥମ ଆନ୍ତର୍ଜାତିକ ଶତକ ସହାୟତାରେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନ୍ରେ ଜିତିନେଇଛି ଭାରତ।
ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦୮ ରନ କରି ପାରିଥିଲା । ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ ମ୍ୟାଚ୍ ଗୁରୁବାର ଜୋହାନ୍ସବର୍ଗରେ ଖେଳାଯିବ। ଶେଷ ମ୍ୟାଚରେ ଭାରତ ଜିତିବ ବୋଲି କହିଛନ୍ତି ସୂର୍ଯ୍ୟ କୁମାର ।
ତିଳକ ବର୍ମାଙ୍କ ଶତକ ସହିତ ଅଭିଷେକ ଶର୍ମାଙ୍କ ଅର୍ଧଶତକ ବଳରେ ଭାରତ ବଡ଼ ସ୍କୋର କରିଥିଲା । ତୃତୀୟ ସ୍ଥାନରେ ବ୍ୟାଟିଂ ପଦୋନ୍ନତି ପାଇଥିବା ତିଳକ ୫୧ ବଲ୍ରୁ ଶତକ ଅର୍ଜନ କରିବା ସହ ଯଶସ୍ବୀ ଜୟସ୍ବାଲ୍ଙ୍କ ପରେ ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ଆନ୍ତର୍ଜାତିକ ଶତକ ଅର୍ଜନ କରିଛନ୍ତି।
ତିଳିକ ଅପରାଜିତ ରହି ୧୦୭ ରନ୍ କରିଥିଲେ। ସଂଜୁ ସାମ୍ସନ୍ଙ୍କୁ ଆଉଟ୍ କରି ମାର୍କୋ ୟାନ୍ସେନ୍ ଘରୋଇ ଦଳକୁ ସଫଳତା ଦେଇଥିଲେ। କିନ୍ତୁ ଅଭିଷେକଙ୍କ ସହ ତିଳକ ପିଚ୍ରେ ଯୋଗଦେବା ପରେ ସ୍କୋର ଦୁଇଶହ ଅତିକ୍ରମ କରିପାରିଥିଲା ।
୩୨ ବଲ୍ରୁ ଅର୍ଦ୍ଧଶତକରେ ପହଞ୍ଚିଥିବା ତିଳକ ଚୌକା, ଛକା ବର୍ଷା ଜାରି ରଖି ପରବର୍ତ୍ତୀ ୫୦ ରନ୍ ପାଇଁ ମାତ୍ର ୧୯ ବଲ୍ ଖେଳିଥିଲେ। ଆନ୍ଦିଲ ସିମିଲାନେ ଓ କେଶବ ମହାରାଜ ୨ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ।