ମୁମ୍ବାଇ : ମୁମ୍ବାଇର ମେରାଇନ ଡ୍ରାଇଭରେ ଜନ ସମୁଦ୍ର ହୋଇଛି । ରଥ ଯାତ୍ରା ଭଳି ଭିଡ଼ ହୋଇଛି ମେରାଇନ ଡ୍ରାଇଭରେ । ହଜାର ହଜାର କ୍ରିକେଟ ପ୍ରଶଂସକ ପ୍ରିୟ ଖେଳାଳିଙ୍କ ଟିକେ ଝଲକ ଦେଖିବା ପାଇଁ ଜମିଛନ୍ତି । ଗୋଟେ ପଟେ ଆରବ ସାଗର ଗୋଟେ ପଟେ ଫ୍ୟାନମାନଙ୍କ ଭିଡ଼ ଜନସମୁଦ୍ର ଭଳି ଦେଖାଯାଉଛି । ଟି-୨୦ ବିଶ୍ବକପ ଜିତିବା ପରେ ମୁମ୍ବାଇରେ ପାଳନ ହେଉଛି ଟିମ ଇଣ୍ଡିଆର ବିଜୟ ପରେଡ୍ ।
ଏଥିପାଇଁ ଭିଡ଼ ଜମାଇଛନ୍ତି ହଜାର ହଜାର ଲୋକ । ଅପରାହ୍ଣରେ ଏକ ସ୍ବତନ୍ତ୍ର ବିମାନରେ ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତ ସଦସ୍ୟଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଟିମ ଇଣ୍ଡିଆକୁ ସ୍ବାଗତ କରିବାକୁ ମୁମ୍ବାଇ ଏୟାରପୋର୍ଟ ବାହାରେ କ୍ରିକେଟପ୍ରେମୀଙ୍କ ପ୍ରବଳ ସମାଗମ ହୋଇଥିଲା । ଟିମ ଇଣ୍ଡିଆର ସଦସ୍ୟମାନେ ଏକ ଖୋଲା ବସରେ ବସି ନାରିମନ ପଏଣ୍ଟରୁ ମେରିନା ବିଚ୍ ଦେଇ ଓ୍ବାଙ୍ଖଡେ ଷ୍ଟାଡିୟମ ଅଭିମୁଖେ ଯାଉଛନ୍ତି । ସେଠାରେ ମୁଖ୍ୟ ବିଜୟ ସମାରୋହ ଆୟୋଜନ କରାଯାଇଛି ।