ବାର୍ବୋଡାସ୍: ଟି-୨୦ ବିଶ୍ୱକପର ଫାଇନାଲରେ ବିଜୟଲାଭ କରିଛି ଭାରତ । ଭାରତୀୟ ଦଳ ୭ ରନରେ ବିଜୟ ହାସଲ କରିଛି । ଭାରତ ୧୭୬ ରନ କରିଥିଲା । ଭାରତ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଭାରତ ବିଜୟୀ ହୋଇଛି । ଭାରତ ଜିତିଲା ଟି-୨୦ ବିଶ୍ବକପ । ନାଟକୀୟ ମୋଡ଼ରେ ଭାରତର ବିଜୟ ହେଲା । ୭ ରନରେ ଜିତିଲା ଭାରତ । ୧୭ ବର୍ଷ ପରେ ଟି-୨୦ ବିଶ୍ବକପ ଜିତିଲା ଭାରତ । ଟି-୨୦ ବିଶ୍ବକପ ୨୦୨୪ର ଟାଇଟଲ ହାତେବାରେ ସଫଳ ହୋଇଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ୧୭୬ ରନ କରିଥିଲା । ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୬୯ କରି ପାରିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ବିକେଟ ବିନିମୟରେ ୧୭୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ବିରାଟ କୋହଲି ୭୬ ଏବଂ ଅକ୍ଷର ପଟେଲ ୪୭ ରନର ପାଳି ଖେଳିଥିଲେ । ଶିଭମ ଦୁବେ ୨୭ ରନ କରିଥିଲେ । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା । ଡିକକ୍ ୩୯ ରନ କରିଥିବାବେଳେ କ୍ଲାସେନ ୫୨ରନ କରିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ । ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା ।