ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ବେଶ ପ୍ରଶଂସା କରିଛନ୍ତି । ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହ ଫଟୋ ଉଠାଇଛନ୍ତି । ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ନୂଆଦିଲ୍ଲୀରେ ଆସି ପହଁଚିଥିଲେ । ବାର୍ବାଡୋସରୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ପରେ ଟିମ ଇଣ୍ଡିଆର ସମସ୍ତ ଖେଳାଳି ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ। ହୋଟେଲ୍ର କେକ୍ କାଟି ସେଲିବ୍ରେସଶନ ପରେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ନିବାସ ଯାଇଥିଲେ। ସେଠାରେ ମୋଦିଙ୍କୁ ଭେଟିଥିଲେ।
ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଭେଟିବା ପରେ ବେଶ୍ ଖୁସିରେ ସମସ୍ତଙ୍କ ସହ ମିଶିଥିଲେ । ସେ ହାତରେ ବିଶ୍ୱକପ୍ ଟ୍ରଫି ଧରି ଖେଳାଳିଙ୍କ ସହ ଫଟୋ ଉଠାଇଥିଲେ। ଅଧିନାୟକ ରୋହିତ ଶର୍ମା, ବ୍ୟାଟ୍ସମ୍ୟାନ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ରିଷଭ ପନ୍ତ ଏବଂ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ ୧୫ ଖେଳାଳି ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସମସ୍ତେ ଖୁସି ବାଣ୍ଟିଥିଲେ । ଦିଲ୍ଲୀରେ ହୋଟେଲ ବାହାରେ ବିପୁଳ ସ୍ୱାଗତ କରାଯାଇଥିଲା। ହଜାର ହଜାର କ୍ରିକେଟ୍ ପ୍ରଶଂସକ ଏକତ୍ରିତ ହୋଇ ସେମାନଙ୍କ ଚାମ୍ପିଅନଙ୍କୁ ସ୍ୱାଗତ କରିଥିଲେ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟିମ୍ ଇଣ୍ଡିଆ ବସ୍ରେ ଆଇଟିସି ମୌର୍ଯ୍ୟ ହୋଟେଲରେ କିଛି ସମୟ ରହି ମୁମ୍ବାଇ ଫେରିଛନ୍ତି । ସେଠାରେ ରୋଡ ସେ ହେବ । ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯିବ ।