କେକେଆର୍ ୧୦ ବର୍ଷ ପରେ ପୁଣି ଥରେ ଆଇପିଏଲ୍ ମୁକୁଟ ଜିତିବାର ଗୌରବ ଅର୍ଜନ କରିଛି। ରବିବାରର ଏହି ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍ରେ ସୀମିତ ରଖିବା ପରେ କେକେଆର୍ ମ୍ୟାଚ୍କୁ ୮ ୱିକେଟ୍ରେ ଜିତିଯାଇଛି। ଚତୁର୍ଥ ଥର ପାଇଁ କେକେଆର୍ ଆଇପିଏଲ୍ ଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ଗୌତମ ଗମ୍ଭୀରଙ୍କ ଉପସ୍ଥିତି ପୁଣି ଥରେ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍ ବିଜେତା ହୋଇଥିଲା ଏବଂ ୨୦୨୧ରେ ଉପବିଜେତାରେ ସନ୍ତୁଷ୍ଟ ଥିଲା। ଏଥର ରାଜନୀତି ଛାଡ଼ି କ୍ରିକେଟ୍ ପଡ଼ିଆକୁ ଫେରିଥିବା ଗମ୍ଭୀର ପୁଣି ଥରେ ନିଜ ସଫଳ ଯୋଜନାର ଛାପ ଛାଡ଼ିଛନ୍ତି।