ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସ ହକି ପ୍ରତିଯୋଗିତାରେ କ୍ଵାର୍ଟର ଫାଇନାଲରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ଏହି ବିଜୟ ବଳରେ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ବ୍ରିଟେନକୁ ପେନାଲ୍ଟି ସୁଟ୍ ଆଉଟରେ ୪-୨ ଗୋଲରେ ହରାଇଛି ଟିମ୍ ଇଣ୍ଡିଆ। ଅଲିମ୍ପିକ୍ସ ହକିର କ୍ଵାର୍ଟର ଫାଇନାଲରେ ଭାରତ ଓ ଗ୍ରେଟ୍ ବ୍ରିଟେନ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଆରମ୍ଭରୁ ହିଁ ଉଭୟ ଦଳ ରକ୍ଷଣାତ୍ମକ ଖେଳ ଆରମ୍ଭ କରିଥିଲା। ଦ୍ଵିତୀୟ କ୍ୱାର୍ଟରରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ଦଳର ଖାତା ଖୋଲିଥିଲେ। ବ୍ରିଟେନ ଗୋଟିଏ ଗୋଲ ଦେବା ପରେ ପେନାଲ୍ଟି ସୁଟ୍ ଆଉଟ୍ ହୋଇଥିଲା। ଏଥିରେ ୪-୨ ଗୋଲରେ ଗ୍ରେଟ୍ ବ୍ରିଟେନକୁ ହରାଇଥିଲା ଟିମ୍ ଇଣ୍ଡିଆ। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ସୁଟ୍ଆଉଟ୍ରେ ପରାଜିତ କରିଥିବାରୁ କ୍ରୀଡାପ୍ରେମୀଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଶଂସା କରିଛନ୍ତି। ଏହି ବିଜୟ ସହିତ ଭାରତ ସେମି ଫାଇନାଲରେ ପହଞ୍ଚିଥିବାରୁ ପୁଣି ଏକ ପଦକ ଆଶା ରହିଛି। ଭାରତ ଅଗଷ୍ଟ ୬ରେ ସେମିଫାଇନାଲ ଖେଳିବ। ଏହା ସହିତ ଭାରତ ହକିରେ ପଦକ ପାଇବାକୁ ମଧ୍ୟ ନିଶ୍ଚିତ କରିଛି। ଦ୍ବିତୀୟ କ୍ବାଟରର ଶେଷ ହେବାକୁ ୮ ମିନିଟ୍ ବାକିଥିବାବେଳେ ଅଧିନାୟକ ହରମାନପ୍ରୀତି ସିଂ ବିଟ୍ରେନ ବିପକ୍ଷରେ ଗୋଲ୍ କରି ଭାରତୀୟ ଦଳକୁ ୧-୦ର ଅଗ୍ରଣୀ ଦେଇଥିଲେ। ତେବେ ବିଟ୍ରେନ୍ ଦ୍ବିତୀୟ କ୍ବାଟର ଶେଷ ହେବାକୁ ୩ ମିନିଟ୍ ଥିବାବେଳ ଲି ମାର୍ଟୋନ୍ ଭାରତ ବିରୋଧରେ ଗୋଲ୍ ଦେଇ ସ୍ଥିତିକୁ ୧-୧କୁ ଆଣିଥିଲେ।