ଭାରତ-ଜିମ୍ବାୱେ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଛି । ଅଧିନାୟକ ଶୁଭମନ୍ ଗିଲଙ୍କ ନେତୃତ୍ବରେ ଯୁବବାହିନୀ ପଡ଼ିଆକୁ ଓହ୍ଲାଇଛନ୍ତି । ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଗିଲଙ୍କ ନେତୃତ୍ୱରେ ଖେଳିବ ଟିମ୍ ଇଣ୍ଡିଆ । ଦଳର ସମସ୍ତ ବରିଷ୍ଠ ଖେଳାଳି ମାନଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛିା ସେହିପରି ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡଙ୍କ କାର୍ୟ୍ୟକାଳ ଶେଷ ହୋଇଥିବା ବେଳେ କାମଚଳା ପ୍ରଶିକ୍ଷକ ଭାବେ ଭିଭିଏସ ଲକ୍ଷ୍ମଣଙ୍କ ତତ୍ବାବଧାନରେ ପଡିଆକୁ ଓହ୍ଲାଇଛି ଭାରତୀୟ ଦଳା ଅଧିନାୟକ ଭାବେ ଶୁଭମନ୍ ଗିଲ ଆଇପିଏଲରେ ନିଜର ଦକ୍ଷତା ଦେଖାଇସାରିଥିବା ବେଳେ ଏହି ଶୃଙ୍ଖଳାରେ ତାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଛିା ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟରୁ ଅବସର ନେବା ପରେ ଏହି ଶୃଙ୍ଖଳାରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛିା ତେବେ ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଛି । ଜିମ୍ବାୱେ ଦଳ ଅଧିନାୟକ ସିକନ୍ଦର ରଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା ଦଳ। ଧାର୍ଯ୍ୟ ୨୦ ଓଭରରେ ଜିମ୍ବାୱେ ଦଳ ୯ ୱିକେଟ ହରାଇ ୧୧୫ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୧୬ରନ୍ ରହିଛି। ସେପଟେ ଭାରତୀୟ ଦଳ ମୂଳରୁ ଗୋଟେ ପରେ ଗୋଟେ ଉଇକେଟ ହରାଇ ଚାଲିଛି । ଗିଲଙ୍କୁ ଛାଡିଦେଲେ କୈାଣସି ଖେଳାଳି ଭଲ ଖେଳିପାରିନାହାଁନ୍ତି । ଅଭିଷେକ ଶର୍ମା ଶୂନରେ ଆଉଟ ହୋଇଥିବା ବେଳେ ରିଙ୍କୁ ସିଂ ମଧ୍ୟ ଶୂନରେ ଆଉଟ ହୋଇଛନ୍ତି ।