ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଶନିବାର ବାଂଲାଦେଶ ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍ ଖେଳିବ। ବିରାଟ କୋହଲି ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ନ୍ୟୁୟର୍କରେ ପହଞ୍ଚିବେ। ତଥାପି ଅନ୍ୟ ୧୪ଜଣଙ୍କୁ ଏହି ମ୍ୟାଚ୍ ଜରିଆରେ ନିଜନିଜର ସାମର୍ଥ୍ୟକୁ ପରଖିବା ପାଇଁ ଉତ୍କୃଷ୍ଟ ସମୟ ହେବ। କୋହଲିଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୟସ୍ବାଲ୍ ପ୍ରାରମ୍ଭିକ ବ୍ୟାଟିଂ କ୍ରମ ପାଇଁ କେତେ ଉପଯୁକ୍ତ ତାହା ପ୍ରମାଣିତ କରିବା ପାଇଁ ମଧ୍ୟ ଭଲ ସୁଯୋଗ ରହିଛି। ସେହିପରି ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ମଧ୍ୟ ଅଭ୍ୟାସ ମ୍ୟାଚ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।