ସୁପର-୮ ମୁକାବିଲାର ଦ୍ବିତୀୟ ମ୍ୟାଚ୍ ରେ ଆଜି ଭାରତ-ବାଂଲାଦେଶ ଲଢ଼େଇ ହେବ । ଫୁଲ ଫର୍ମରେ ଥିବା ଭାରତ ଏଥର ପୁଣି ବାଜିମାରିବାକୁ ପଡ଼ିଆକୁ ଓହ୍ଲାଇବ । ସଂଧ୍ୟାରେ ଆଜି ବାଂଲାଦେଶକୁ ଭେଟିବ ଭାରତ। ବାଂଲାଦେଶ କୁ ହରାଇଲେ ଭାରତ ସେମିଫାଇନାଲ୍ ଖେଳିବା ପାଇଁ ପଏଣ୍ଟ ପାଖାପାଖି ହୋଇପାରିବ । ସାର ଭିଭିଆନ୍ ରିଚାର୍ଡସ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବା ପାଇଁ ଆଉ କିଛି ଘଣ୍ଟା ବାକି ରହିଛି ।
ସୁପର-୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଟିମ୍କୁ ହରାଇଥିଲା ଭାରତ। ବାଂଲାଦେଶ ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା । କିନ୍ତୁ ବାଂଲାଦେଶର ବୋଲରମାନେ ଏବେ ଦମଦାର ଫର୍ମରେ ଅଛି ଯାହା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟି ପାରେ। ଆଜି ସଂଧ୍ୟାରେ ଭାରତ ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ / ସଞ୍ଜୁ ସାମସନ୍, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା. ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ , ଅର୍ଶଦୀପ ସିଂହ, ଜସପ୍ରୀତ ବୁମରାଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ ।