ମୁଲାନପୁର: ପଞ୍ଜାବ କିଙ୍ଗ୍ସ ପୁଣି ହାରିଛି । ରୋମାଞ୍ଚକ ଭାବେ ଗୋଟିଏ ବଲ୍ ପୂର୍ବରୁ ୩ ୱିକେଟ୍ରେ ହରାଇଦେଇଛି ରାଜସ୍ଥାନ ରୟାଲ୍ସ। । ପଞ୍ଜାବ ଘରୋଇ ମାଟିରେ ୩ଟିରୁ କ୍ରମାଗତ ଦୁଇ ମ୍ୟାଚ୍ ହାରି ଚାପରେ ପଡ଼ିଛି। ଶନିବାରର ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପୁଣି ଥରେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇ ମାତ୍ର ୧୪୮ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ସେଥିପାଇଁ ପାୱାର ପ୍ଲେରେ ବିନା କ୍ଷତିରେ ୪୩ ରନ୍ କରି ନେଇଥିବା ରାଜସ୍ଥାନ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସିମ୍ରନ୍ ହେଟ୍ମାୟର୍ ଦୁଇ ଦଳ ମଧ୍ୟରେ ଫରକ ପକାଇଥିଲେ। ଅନ୍ୟ ଖେଳାଳିମାନେ ମନ୍ଥର ୱିକେଟ୍ରେ ପୂରା ସଂଘର୍ଷ କରୁଥିଲା ବେଳେ ୧୦ ବଲ୍ରୁ ୨୭* ରନ୍ କରି ରାଜସ୍ଥାନକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ ସେ। ଶେଷ ଓଭରରୁ ବିଜୟ ପାଇଁ ୧୦ ରନ୍ର ଦରକାର ଥିଲା ବେଳେ ଅର୍ଶଦୀପ ସିଂହଙ୍କ ପ୍ରଥମ ଦୁଇ ବଲ୍ରୁ କୌଣସି ରନ୍ କରି ପାରିନଥିଲେ ହେଟ୍ମାୟର୍। ତେବେ ତୃତୀୟ , ଚତୁର୍ଥ ଓ ପଞ୍ଚମ ବଲ୍ରୁ ୬, ୨, ୬ ରନ୍ ଅମଳ କରି ପଞ୍ଜାବ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।
ଘରୋଇ ପରିବେଶ ସତ୍ତ୍ବେ ୭୦ ରନ୍ରେ ଅଧାଦଳ ହରାଇ ଷୋଡ଼ଶ ଓଭରରେ ଶତକ ଛୁଇଁଥିଲା ଦଳ। ଶେଷ ଆଡ଼କୁ ଆଶୁତୋଷ ଶର୍ମା (୩୧ ରନ୍, ୧୬ ବଲ୍) ଓ ଲିଆମ ଲିଭିଂଷ୍ଟୋନ୍ (୨୧ ରନ୍, ୧୪ ବଲ୍)ଙ୍କ ଦ୍ରୁତ ବ୍ୟାଟିଂ ପାଇଁ କଷ୍ଟେମଷ୍ଟେ ଦେଢ଼ ଶହ ରନ୍ର ନିକଟତର ହୋଇଥିଲା ପଞ୍ଜାବ। ପୂର୍ବରୁ ଜିତେଶ ଶର୍ମା ୨୪ ବଲ୍ରୁ ୨୯ ରନ୍ର ଉପଯୋଗୀ ପାଳି ଖେଳିଥିଲେ।
ରାଜସ୍ଥାନ ରୟାଲ୍ସ ବୋଲର୍ମାନେ ଅଙ୍କୁଶ ଲଗାଇବା ପରେ ଦୁଇ ସ୍ପିନର ୟୁଝବେନ୍ଦ୍ର ଚହଲଯୋଜନାବଦ୍ଧ ଭାବେ ଜଣକ ପରେ ଜଣେ ପଞ୍ଜାବ ବ୍ୟାଟର୍ଙ୍କୁ ଶିକାର କରି ନେଇଥିଲେ। ତି ଓ କେଶବ ମହାରାଜ ମଧ୍ୟ ନିଜ ନିଜ ଯାଦୁ ଦେଖାଇଥିଲେ। କାମଚଳା ଅଧିନାୟକ ତଥା ଇଂଲିସ୍ ଅଲରାଉଣ୍ଡର୍ ସାମ୍ କରନ ୬ ରନ୍ କରି ପୂରା ବିଫଳ ହୋଇଥିଲେ।