ମୁମ୍ବାଇ: ଗୌତମ ଗମ୍ଭୀରଙ୍କୁ ମିଳିଲା ବଡ଼ ଦାୟିତ୍ବ । ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି ଗମ୍ଭୀର । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର ତାଙ୍କ ସ୍ଥାନରେ ଗୌତମଙ୍କୁ ନିଯୁକ୍ତ କରାଯାଇଛି । ଗୌତମ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ନେଇ ଗତ କିଛି ମାସ ହେଲା ଚର୍ଚ୍ଚା ଚାଲିଥିଲା । ଏ ନେଇ ବିସିସିଆଇ ଓ ଗମ୍ଭୀରଙ୍କ ମଧ୍ୟରେ ବି ଅନେକ ରାଉଣ୍ଡ କଥାବାର୍ତ୍ତା ହୋଇଥିଲା । ସେଥିରୁ କଳ୍ପନା କରାଯାଉଥିଲା ଯେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବା ନିଶ୍ଚିତ ।ଟିମ ଇଣ୍ଡିଆ ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଗୌତମ ଏକ୍ସରେ ଲେଖିଛନ୍ତି ଯେ ଏହି ପଦବୀ ଗ୍ରହଣ କରିବା ତାଙ୍କ ପାଇଁ ବେଶ ସମ୍ମାନର ବିଷୟ । ଗତ ନିର୍ବାଚନରେ ସେ ସାଂସଦ ପ୍ରାର୍ଥୀ ହୋଇନଥିଲେ ।