ବୁମରା ପୁଣି ବିଶ୍ବର ଏକ ନମ୍ବର ବୋଲର ହୋଇଛନ୍ତି । ଫେବୃଆରୀ ମାସରେ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଦଖଲ କରିଥିଲେ ବୁମରା । ସେ ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ୧ନଂ ସ୍ଥାନରେ ପହଞ୍ଚିବାର ରେକର୍ଡ ମଧ୍ୟ କରିଛନ୍ତି। ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ବୁମରା ୧୧ଟି ୱିକେଟ ନେବାରୁ ଅକ୍ଟୋବର ମାସରେ କିଛି ସପ୍ତାହ ପାଇଁ ପୁଣି ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିଲେ। ଏବେ ଅଷ୍ଟ୍ରେଲିଆକୁ ହରାଇବା ପରେ ଯଶପ୍ରୀତ ବୁମରା ପୁଣିଥରେ ବିଶ୍ୱର ୧ନଂ ଟେଷ୍ଟ ବୋଲର ହୋଇଛନ୍ତି। ବୁମରା ମ୍ୟାଚ୍ରେ ୮ଟି ୱିକେଟ ନେବା ସହ ଭାରତ ମଧ୍ୟ ୨୯୫ ରନର ବୃହତ୍ତ ବିଜୟ ହାସଲ କରିଥିଲା। ପର୍ଥ ପ୍ରଦର୍ଶନ ପରେ ବୁମ୍ରା ୨ଟି ସ୍ଥାନ ଉପରକୁ ଉଠି ୧ନଂରେ ପହଞ୍ଚି ଯାଉଛନ୍ତି।
ଆଇସିସି ପକ୍ଷରୁ ଜାରି କରାଯାଇଥିବା ଟେଷ୍ଟ ବୋଲିଂରେ ବୁମରା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କୁ ପଛକୁ ଠେଲି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଚଳିତ ବର୍ଷ ବୁମରା ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛନ୍ତି।