ଆଜି ବ୍ରିଜଟାଉନରେ ଟି-୨୦ ବିଶ୍ୱକପର ଫାଇନାଲ ମହାଲଢ଼େଇ ହେବ । ତେବେ ଏଥର ଭାରତ ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଖେଳ ସମୀକ୍ଷକ । ଭାରତର ସ୍ଥିତି ଦକ୍ଷିଣ ଆଫ୍ରିକା ଠାରୁ ବେଶ ଭଲ ରହିଛି । ରୋହିତଙ୍କ ନେତୃତ୍ବରେ ଏଥର ଦମଦାର ପ୍ରଦର୍ଶନ କରୁଛି ଭାରତ । ଏକ ଦଶନ୍ଧି ପରେ ଟ୍ରଫି ପାଇଁ ପଡ଼ିଆକୁ ଓହ୍ଲାଇବ ଭାରତ। ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ ଲଢେଇପାଇଁ ରୋହିତବାହିନୀ ପୁରା ପ୍ରସ୍ତୁତ । ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍। ରାତି ୮ଟାରେ ବାରବାଡୋସରେ ଏହି ମ୍ୟାଚ ଖେଳାଯିବ । ସେପଟେ ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ । ସୁପର-୮ରେ ଅଷ୍ଟ୍ରେଲିଆ, ସେମିରେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଛି ଟିମ୍ ଇଣ୍ଡିଆ। ବ୍ରିଜଟାଉନ୍ରେ ଏନେଇ ଭାରତୀୟ ପ୍ରଶଂସକଙ୍କ ଭିଡ଼ ଲାଗିଛି । ବିଶ୍ବ କ୍ରିକେଟ୍ର ଦୁଇ ମହାଶକ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ ଖେଳୁଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ବିଶ୍ବକପ୍ର ସବୁଠୁ ଅଧିକ ଦାବିଦାର ଭାରତ ରହିଛି । ଏଯାଏଁ ଅପରାଜେୟ ରହିଛି ଭାରତ । ଏପରିକି ଗତବର୍ଷ ଦିନିକିଆ ବିଶ୍ବକପ୍ ଭଳି ଅବିକଳ ପ୍ରଦର୍ଶନ ଭାରତୀୟ ଦଳ ଏଥର ଟ୍ବେଣ୍ଟି-୨୦ରେ ଦେଇଛି। କିନ୍ତୁ ଟ୍ରଫି ଆଗରେ ଏଥର ଅଷ୍ଟ୍ରେଲିଆ ପ୍ରତିବନ୍ଧକ ଭାବେ ପ୍ରତୀୟମାନ ନାହିଁ। ଭାରତ ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ପୂର୍ବ ବିଜେତାଙ୍କୁ ହରାଇ ଫାଇନାଲ୍ରେ ପହଞ୍ଚିଛି ଏବଂ ଟାଇଟେଲ ଜିତବ ବୋଲି ପୂର୍ବତନ ଭାରତୀୟ ଖେଳାଳିମାନେ କହିଛନ୍ତି ।