ଅକ୍ଟୋବର 3ରୁ ୟୁଏଇରେ ମହିଳା ଟି-20 ବିଶ୍ୱକପ ଆରମ୍ଭ ହେବ। ଏହି ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ବିଶ୍ୱକପ୍ ଖେଳିବ ମହିଳା କ୍ରିକେଟ୍ ଟିମ୍ । ହରମନପ୍ରୀତ କୌର (କ୍ୟାପ୍ଟେନ), ସ୍ମୃତି ମନ୍ଧାନା (ଉପଅଧିନାୟକ), ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁସ୍, ରିଚା ଘୋଷ (ୱିକେଟ୍ କିପର୍), ୟସ୍ତିକା ଭାଟିଆ (ୱିକେଟ କିପର୍) *, ପୂଜା ଭାସ୍ତ୍ରକର, ଅରୁନ୍ଧତୀ ରେଡ୍ଡୀ , ରେଣୁକା ସିଂହ ଠାକୁର, ଦୟାଲାନ ହେମାଲତା, ଆଶା ସୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ , ସାଜନା ସଜୀବନ। ଦୁବାଇ ଏବଂ ଶାରଜା ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ। 10ଟି ଟିମ୍ ବିଶ୍ୱକପ୍ ଖେଳୁଥିବା ବେଳେ ମୋଟ୍ 23ଟି ମ୍ୟାଚ୍ ଅନୁଷ୍ଠିତ ହେବ।