ଶେଷ ଲିଗ ମ୍ୟାଚରେ ଭାରତ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଛି । ଶେଷ ଖବର ସୁଧା ଭାରତ 6 ଉଇକେଟ ହରାଇ 100 ରନ କରିଛି । ରୋହିତ ଶର୍ମା କେବଳ ଭଲ ଖେଳିଥିବା ବେଳେ ଆଉ କୈାଣସି ବ୍ୟାଟର ଶ୍ରୀଲଙ୍କା ଟିମ୍ ର ସ୍ପିନକୁ ସାମନା କରିପାରୁନାହାଁନ୍ତି । ଆର ପ୍ରେମାଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ମ୍ୟାଚରେ ଜିତିବା ପାଇଁ ଟିମ୍ ଇଣ୍ଡିଆ ଆଗରେ ଶ୍ରୀଲଙ୍କା ୨୪୯ ରନ୍ର ଟାର୍ଗେଟ ରଖିଛି। କିନ୍ତୁ ପ୍ରଥମରୁ ଭାରତୀୟ ଖେଳାଳୀମାନେ ସ୍ପିନ୍ ଆଗରେ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଛନ୍ତି । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍ ସଂଗ୍ରହ କରିଥିଲା। ଗତ ଦୁଇଟି ମ୍ୟାଚ୍ ତୁଳନାରେ ଏଥର ଶ୍ରୀଲଙ୍କା ଓପନରମାନେ ନିଜ ଦଳର ଭଲ ଆରମ୍ଭ କରିଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୮୯ ରନ୍ ଯୋଡିଥିଲେ। ପୃଥମ୍ ନିସଙ୍କା ୪୫ ରନ୍ କରି ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଥିବାବେଳେ ଅଭିସ୍କା ଫର୍ନାଣ୍ଡୋ ୯୬ କରି ଶତକରୁ ବଞ୍ଚିତ ହୋଇଥିଲେ। କୁସାଲ ମେଣ୍ଡିସ ୫୯ ରନ୍ କରିଥିଲେ। କାମିଣ୍ଡୁ ମେଣ୍ଡିସ୍ ୨୩ ରନ୍ କରିଥିଲେ। ଶ୍ରୀଲଙ୍କା ୭ ୱିକେଟ୍ ହରାଇ ୨୪୮ ରନ୍ କରିଥିଲା।