ହରାରେ: ଟିମ୍ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି । ମ୍ୟାଚ୍ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଧାର୍ଯ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୪ ୱିକେଟ ହରାଇ ୧୮୨ ରନ୍ କରିଛି। ଫଳରେ ଜିମ୍ବାଓେ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍ ରହିଛି। ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ବୀ ଜୈୟସ୍ବାଲ ୩୬ ରନ୍ କରିଥିବାବେଳେ ଶୁଭମାନ ଗିଲ ରନ୍ ୬୬ କରିଥିଲେ। ସେହିପରି ଅଭିଷେକ ଶର୍ମା ୧୦ , ଋତୁରାଜ ଗାଇକୱାଡ ୪୯ , ସଞ୍ଜୁ ସାମସନ ୧୨ ଏବଂ ରିଙ୍କୁ ସିଂ ୧ ରନ୍ କରିଥିଲେ। ତେବେ ପ୍ରଥମରୁ ଜିମ୍ବାଓ୍ବେ ର କିଛି ଓ୍ବିକେଟ ପଡ଼ିଛି । ଦଳ ସଂକଟରେ ପଡ଼ିଥିଲେ ମଧ୍ୟ ମଧ୍ୟମ କ୍ରମ ବ୍ୟାଟରମାନେ ଭଲ ଖେଳିଛନ୍ତି ।