ଟିମ୍ ଭାରତର ନୂତନ ମୁଖ୍ୟ କୋଚ୍ ହେବେ ଗମ୍ଭୀର । ବିସିସିଆଇ ନିଜେ ଗୌତମ ଗମ୍ଭୀରଙ୍କ ସହ ଆଲୋଚନା କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ମୁଖ୍ୟ କୋଚ ପାଇଁ ଆଉ କେହି ଆବେଦନ କରିନଥିବାରୁ ଗମ୍ଭୀର କୋଚ ହେବା ନିଶ୍ଚିତ କୁହାଯାଉଛି । ଟି-୨୦ ବିଶ୍ୱ କପ ପରେ ଇଣ୍ଡିଆ ଟିମକୁ ସମ୍ଭାଳିବେ ନୂଆ କୋଚ୍ । ଏଥିପାଇଁ ବିସିସିଆଇ ନୂଆ କୋଚ୍ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଯଦିଓ ଗମ୍ଭୀର ଏନେଇ ସ୍ପଷ୍ଟ କରିନାହାଁନ୍ତି । ତେବେ ଏହି ବିଶ୍ୱକପ ପରେ ଦଳର ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଟିମ ଇଣ୍ଡିଆର ନୂଆ କୋଚକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଗୌତମ ଗମ୍ଭୀର କହିଛନ୍ତି ଯେ, ବର୍ତ୍ତମାନ ଏହାର ଉତ୍ତର ଦେବା କଷ୍ଟ । ମୁଁ ଆଗକୁ କିଛି ଭାବିନାହିଁ । ତେବେ ଆଗକୁ ଏନେଇ ବିସିସିଆଇ କଣ କହୁଛି ତାକୁ ଅପେକ୍ଷା ରହିଛି ।