ଚଳିତ ଆଇପଏଲ ସଂସ୍କରଣରେ ଫାଇନାଲ ଖେଳିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ଆଜି କଡା ମୁକାବିଲା ହେବାକୁ ଯାଉଛି। କ୍ୱାଲିଫାୟର-୧ ଜିତି କଲକାତା ନାଇଟ୍ ରାଇଡର୍ସ ଫାଇନାଲରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଶୁକ୍ରବାର ଯେଉଁ ଟିମ୍ ବିଜେତା ହେବ ସେ ଫାଇନାଲରେ ମୁକାବିଲା କରିବ। ରାଜସ୍ଥାନ ପ୍ରଥମ ୯ଟି ମ୍ୟାଚରୁ ୮ଟି ଜିତିଥିଲା। ହେଲେ ଶେଷ ୫ଟି ମ୍ୟାଚରୁ ରାଜସ୍ଥାନ ଗୋଟିଏ ମଧ୍ୟ ଜିତିନଥିଲା। ତେବେ ଫର୍ମରେ ଥିବା ଆରସିବିକୁ ହରାଇ ରାଜସ୍ଥାନ କ୍ୱାଲିଫାୟର ୨ରେ ପହଞ୍ଚିଛି।