ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୬ଟି ଲେକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଛି। ଏହି ପର୍ଯ୍ୟା୍ୟରେ ଲୋକଙ୍କ ମୁଣ୍ଡରେ କଣ ଚାଲିଛି । କାହାକୁ ଭୋଟ ଦେଇଛନ୍ତି । ରାଜ୍ୟରେ ଭୋଟ ହାର ବଢ଼ିଛି । ଏହା କି ସୂଚନା ଦେଉଛି । ଭୋଟ ପ୍ରତିଶତ ବଢିବା ଅର୍ଥ କଡ୍ଡା ଟକ୍କର ହେଉଛି କି? ବୁଥକୁ ଲୋକ ଆସିବା ପାଇଁ କାରଣ ରହିଛି ତାକୁ ନେଇ ବିଭିନ୍ନ ଆଲୋଚନା ହେଉଛି । ଲୋକେ କିଛି ନୂଆ କରିବାକୁ ଚାହୁଁଛନ୍ତି ନା ପୁରୁଣା ନେତାଙ୍କୁ ସୁଯୋଗ ଦେଉଛନ୍ତି । ଲୋକଙ୍କର କିଛି ଆଶା ରହିଛି,ତାହା ପରିବର୍ତ୍ତନ ହୋଇପାରେ କିମ୍ବା ସରକାରଙ୍କ ପ୍ରତି ସମର୍ଥନ ହୋଇପାରେ । ଭୋଟରଙ୍କ ମଧ୍ୟରେ ଉତ୍ସାହ ଅଛି । ତାହା କାହା ସପକ୍ଷରେ ଯାଇଛି?