ରାଜ୍ୟରେ ଆଳୁକୁ ନେଇ ରାଜନୀତି ଚାଲିଛି । ସରକାର ଓ ବିରୋଧୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ହେଉଛି । ଲୋକେ ହନ୍ତସନ୍ତ ହୋଇ ଉଚ୍ଚା ଦରରେ ଆଳୁ କିଣୁଛନ୍ତି । ତେବେ ଏସବୁ ଭିତରେ ଏବେ ରାଜ୍ୟ ସରକାର ଆଳୁ ବିକିବାକୁ ନିଷ୍ପତ୍ତି ନେଇଛନ୍ତି । କଂଟ୍ରୋଲ ଦୋକାନରେ ଏବେ ୧୦୦ ଟଙ୍କାରେ ୩ କିଲୋ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲରମାନଙ୍କୁ ଆଳୁ ଦେବାପରେ ଲୋକେ ଆଳୁ ପାଇଛନ୍ତି । ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରାଯାଉଛି । ଆଳୁ ଭର୍ତ୍ତି ଟ୍ରକ ଆଇଗଣିଆ ଗୋଦାମରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସମସ୍ତଙ୍କୁ ଆଳୁ ଦିଆଯାଇଛି । ୩ କିଲୋକୁ ୧୦୦ ଟଙ୍କା ଦରରେ ଗ୍ରାହକମାନେ ଆଳୁ ପାଇଛନ୍ତି । ଆଳୁ ସଙ୍କଟ ଭିତରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।