ବିଧାନସଭାରେ ଉଠିଲା ଛତୁଆ ଦୁର୍ନୀତି । ବର୍ଷ ବର୍ଷ ଧରି ନିମ୍ନମାନର ଛତୁଆ ଯୋଗାଣ ହେଉଥିବା ଅଭିଯୋଗ ହେଉଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ଯେଉଁ ଏଜେନ୍ସିମାନେ ନିମ୍ନମାନର ଛତୁଆ ଯୋଗାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଗୃହରେ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଏଥିସହିତ ଏଭଳି ଦୁର୍ନୀତିରେ ଗତ ୫ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି, ସେନେଇ ମଧ୍ୟ ବିବରଣୀ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ କରିଥିଲେ ଏକାଧିକ ବିଧାୟକ । ଯାହାକୁ ଦୃଷ୍ଟିରେ ରଖି ଛତୁଆର ମାନ ଯାଞ୍ଚ କରି ଏନେଇ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।