ସେକାଳ ପଖାଳ ଏକାଳ ପଖାଳ ଉଦାହରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସରକାର ବଦଳିଛନ୍ତି ଅଧିକାରୀ ତାଙ୍କ କାର୍ଯ୍ୟଶୈଳୀ ବଦଳାଇବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାପାଳ ସମ୍ମିଳନୀ ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରେ କହିଥିଲେ ‘ପୂର୍ବ ସରକାରରେ କେବଳ କେରାଣ୍ଡି, ମହୁରାଳି ଧରା ଯାଉଥିଲା’ ‘ଏବେ ଭାକୁର, ଶେଉଳ ଧରା ପଡ଼ିଲେଣି; ଆଗକୁ ତିମି ବି ପଡ଼ିବେ’ । କେହି ଉତ୍ତରଦାୟୀ ହେବାକୁ ଚାହାନ୍ତି ନାହିଁ, ଦୋଷ ଦେବାରେ ବ୍ୟସ୍ତ’ । ଅଧିକାରୀମାନଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ । ‘ସମସ୍ତଙ୍କୁ ନିଜ କାର୍ଯ୍ୟର ହିସାବ ଦେବାକୁ ପଡ଼ିବ କହିଛନ୍ତି ମୁଖ୍ୟମନ୍ତ୍ରୀ ।