ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍ଡିଏଚ୍ ଏବଂ ଏଭରେଷ୍ଟ ମସଲା ବର୍ତ୍ତମାନ ବିଶ୍ୱବାସୀଙ୍କ ସନ୍ଦେହ ଚକ୍ଷୁରେ। ନାମୀଦାମୀ ବ୍ରାଣ୍ଡ୍ର ମସଲାରେ କ୍ୟନ୍ସର ସୃଷ୍ଟିକାରୀ ବିଷାକ୍ତ ରାସାୟନିକ ପଦାର୍ଥ ଥିବା ହଂକଂ ଏପ୍ରିଲ ୫ରେ ଦର୍ଶାଇଥିଲା। ପରେ ହଂକଂ ଓ ସିଙ୍ଗାପୁର ଏହାର ବିକ୍ରି ଉପରେ ରୋକ ଲଗାଇବା ସହ ବଜାରରୁ ଭାରତୀୟ ମସଲାକୁ ହଟାଇଦେଇଥିଲେ। ଦୁଇଦେଶରେ ଏମ୍ଡିଏଚ୍ର ୩ ଓ ଏଭରେଷ୍ଟର ୬ ପ୍ରକାର ଫିଶ୍ କରି ଉପରେ କଟକଣା ଲାଗିଛି। ଆମେରିକା ମଧ୍ୟ ଶନିବାର ଏହା ଉପରେ ସନ୍ଦେହ ବ୍ୟକ୍ତ କରି ଭାରତୀୟ ମସଲାଗୁଡ଼ିକୁ ଯାଞ୍ଚ କରିବା ଆରମ୍ଭ କରିଥିଲା। ମଙ୍ଗଳବାର ଅଷ୍ଟ୍ରେଲିଆର ଖାଦ୍ୟ ନିରାପତ୍ତା ଏଜେନ୍ସି ଏହି ଦୁଇ କମ୍ପାନୀର ମସଲାରେ ମିଶାଯାଉଥିବା ଉପାଦାନଗୁଡ଼ିକ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ଯାଞ୍ଚ ଆରମ୍ଭ କରିଛି।