ବିଜେପି ଲୋକସଭା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ପୁଣି ଚର୍ଚାରେ । କୃଷକ ଆନ୍ଦୋଳନକୁ ନେଇ ପୁଣି ବିବୃତି ଦେଇ ଫେରାଇ ନେଇଛନ୍ତି । କଙ୍ଗନାଙ୍କ ବିବୃତିରୁ ବିଜେପି ନିଜକୁ ଦୂରେଇ ରଖିଛି । କଙ୍ଗନାଙ୍କ ଏହି ବିବୃତି ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। କଙ୍ଗନାଙ୍କ ବିବୃତି ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ଗୌରବ ଭାଟିଆ କହିଛନ୍ତି, କୃଷି ଆଇନ ଉପରେ କଙ୍ଗନା ରାନାୱତଙ୍କ ବିବୃତି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହା ତାଙ୍କର ବ୍ୟକ୍ତିଗତ ମତ। ବିଜେପି ତରଫରୁ ମନ୍ତବ୍ୟ ଦେବାକୁ ସେ ସ୍ବୀକୃତପ୍ରାପ୍ତ ନୁହଁନ୍ତି। ତାଙ୍କ ମନ୍ତବ୍ୟ ଦଳର ମତକୁ ପ୍ରତିନିଧିତ୍ୱ କରେ ନାହିଁ। କଙ୍ଗନାଙ୍କ ବିବୃତିର ଭିଡ଼ିଓ ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିବାବେଳେ କଂଗ୍ରେସ ଲେଖିଛି, ବିଜେପି ଚାଷୀଙ୍କ ଉପରେ ଲାଗୁ ହୋଇଥିବା ତିନୋଟି କଳା ନିୟମକୁ ପୁଣି କାର୍ଯ୍ୟକାରୀ କରିବା କଥା କହୁଛନ୍ତି। ତେବେ କଙ୍ଗନା କହିଛନ୍ତି ତାଙ୍କୁ ଏ ବିଷୟରେ ପଚରା ଯାଇଥିଲା ସେ ବ୍ୟକ୍ତିଗତ କଥା କହିଥିଲେ । ଦଳର ମତ ଏହା ନୁହେଁ ।