ଦୁଇ ଦଶନ୍ଧି ପରେ କନ୍ଧମାଳକୁ ଫେରିଛି ଆମ୍ବ ଟାକୁଆ ଖାଇ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର । ଏହି ଖବର କେତେ ସତ ତାହା କହିବା ମୁସ୍କିଲ । କିନ୍ତୁ ଆଜିର ଦିନରେ ଯେଉଁଠି ଅଧିକାଂଶ ଲୋକଙ୍କୁ ମାଗଣା ଚାଉଳ ମିଳୁଛି । ଅନେକ ଯୋଜନାରେ ଲାଭ ପାଉଛନ୍ତି ଲୋକମାନେ । ସେତେବେଳେ ଲୋକଙ୍କୁ ଚାଉଳ ମିଳୁନାହିଁ ତାହା କହିବା କେତେଦୂର ଠିକ୍ । ଆମ୍ବ ଟାକୁଆ କୋଇଲି ଜାଉ ଖାଇ ୨ ମହିଳାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ମାଣ୍ଡିପଙ୍କା ଗାଁ । ଏହି ଗାଁରେ ଆମ୍ବ ଟାକୁଆ କୋଇଲି ଜାଉ ଖାଇ ଦୁଇ ମହିଳାଙ୍କ ମୃତ୍ଯୁ ହୋଇଥିବା କୁହାଯାଉଛି । ଦୁଇ ମୃତକ ହେଲେ ୩୦ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀ ରୁନି ମାଝୀ ଓ ୨୮ ବର୍ଷୀୟା ରନିତା ପାଟମାଝୀ । ଗତ ୨୩ ତାରିଖରେ ୨୦ ପରିବାରର ୩୦ରୁ ଅଧିକ ଲୋକ ଜାଉ କରି ଖାଇଥିଲେ ଆମ୍ବ ଟାକୁଆ । ବଳିପଡ଼ିଥିବା ଟାକୁଆ କୋଇଲିରେ ପୁଣିଥରେ ୨୯ ତାରିଖରେ ଜାଉ କରି ଖାଇବା ପରେ ଏଭଳି ଦଶା ଘଟିଛି । ତେବେ ଆସନ୍ତୁ ଦେଖିବା ରିପୋର୍ଟ