ରାଜଧାନୀରେ ମହିଳା ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କୁ ଅସଦାଚରଣ ଅଭିଯୋଗରେ ଆଇପିଏସ୍ ଅଫିସର ରାଜେଶ ପଣ୍ଡିତ ନିଲମ୍ବିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଆସିବା ପରେ ନିଲମ୍ବନ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ନିଲମ୍ବନ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ଘଟଣାକୁ ନେଇ ଚର୍ଚା ଜୋର ଧରିଛି । ଆଇପିଏସ୍ ରାଜେଶ ପଣ୍ଡିତ୍ ଡିଜିଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡି ପାରିବେନି ବୋଲି ମଧ୍ୟ କଡା ନିର୍ଦ୍ଦେଶ ରହିଛି । ଗତ ୨୭ ତାରିଖ ରାତିରରେ ଆଇପିଏଏସ୍ ପଣ୍ଡିତ୍ କ୍ରାଇମବ୍ରାଞ୍ଚ ର ଏକ ଶାଖାରେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇ ସେଠାରେ ହଙ୍ଗାମା କରିଥିବା ସୋସିଆଲ ମିଡ଼ିଆରେ ପ୍ରଥମେ ଖବର ଭାଇରାଲ ହୋଇଥିଲା । ରାଜେଶ ପଣ୍ଡିତ ସେଠାରେ ଭଙ୍ଗାରୁଜା କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ ମାରିବା ସହ ମହିଳା ଇନ୍ସପେକ୍ଟରଙ୍କୁ ବିବାହ କରିବାକୁ କହିଥିଲେ । ଏହି ଘଟଣାକୁ ନେଇ ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ ମାମଲା ଦାଏର କରିଥିଲେ ବି ପୋଲିସ ଏହାକୁ ଚପାଇ ଦେବାକୁ କହିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହି ଘଟଣା ଦିନକ ପରେ ପ୍ରଘଟ ହୋଇଥିଲା ।