ଆପଣ ନିଶ୍ଚୟ ଅନୁଭବ କରିଥିବେ ଚା ପିଇବା ପରେ କିପରି ରିଲାକ୍ସ ଲାଗେ । କାମ ଚାପ ହେଉ କି ଅଭ୍ୟାସ ଅଧିକାଂଶ ଲୋକଙ୍କର ଚା’ ପିଇବା ଅଭ୍ୟାସ ରହିଛି । ଏପରିକି ଅନେକ କୁହନ୍ତି ଚା ପିଇଲେ ମୁଣ୍ଡବିନ୍ଧା କମିଯାଏ । ବାସ୍ତବରେ କଣ ଚା’ ନ ପିଇଲେ ମୁଣ୍ଡ ବିନ୍ଧେ, ଜାଣନ୍ତୁ ଏହା ପଛର କାରଣ । ବିଶେଷଜ୍ଞଙ୍କ କହିବା ଅନୁସାରେ, ମୁଣ୍ଡବ୍ୟଥା ଚିକିତ୍ସା ଏବଂ ଚା’ ପିଇବା ମଧ୍ୟରେ ସେପରି କୌଣସି ପ୍ରତ୍ୟକ୍ଷ ପ୍ରମାଣ ନହିଁ, ବେଳେ ବେଳେ ମୁଣ୍ଡବ୍ୟଥାର କାରଣ ଡିହାଇଡ୍ରେସନ୍ ହୋଇ ଥାଇପାରେ। ଚା ନାଜାଲ ସାଇନସେସ୍ (ନାକର ସାଇନସରେ ଆଲର୍ଜି କିମ୍ବା କୌଣସି ଜମାକୁ) ସଫା କରିପାରେ ଏବଂ ସାଇନସିଟ୍ସ କାରଣରୁ ହେଉଥିବା ମୁଣ୍ଡବ୍ୟଥାରୁ ଆରାମ ଦେଇପାରେ। ଏଥିପାଇଁ ଚା’ ପିଇବା ପରେ ମୁଣ୍ଡବ୍ୟଥା କମିଗଲା ବୋଲି ଲାଗେ। ଚା’ ମୁଣ୍ଡବ୍ୟଥା ଦୂର କରିବାର ଆଉ ଏକ କାରଣ ହେଉଛି, ଏଥିରେ ବ୍ଲାକ୍ ଟି ଥାଏ, ଯେଉଁଥିରେ କଫିନ୍ ରହିଥାଏ, ଆଉ ଏହି କଫିନ ମୁଣ୍ଡବିନ୍ଧାରୁ ଆରାମ ଦେଇଥାଏ। କଫିନ୍ ରକ୍ତ ନଳୀକୁ ସଙ୍କୁଚିତ କରିପାରେ, ସମ୍ଭବତଃ ମୁଣ୍ଡବିନ୍ଧାର ଲକ୍ଷଣକୁ ହ୍ରାସ କରିପାରେ।