କାର୍ଯ୍ୟକ୍ଷେତ୍ରରେ ଡିପ୍ରେସନ ଜୀବନ ନେଇପାରେ । ଆପଣଙ୍କ ପରିବାର ଉଜାଡ଼ି ଦେଇପାରେ । ଆଜିକାଲି କାମ ପ୍ରେସର କର୍ମକ୍ଷେତ୍ରରେ ବଡ଼ ସମସ୍ୟା । ନିକଟରେ ଜଣେ ଯୁବତୀ ଅତ୍ୟଧିକ କାମ ଚାପ କାରଣରୁ ପ୍ରାଣ ହରାଇଥିବା ନେଇ ସାରା ଦେଶରେ ଚର୍ଚା ହେଉଛି । ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ଚେନ୍ନାଇର ଜଣେ ଜଣେ 38 ବର୍ଷିୟ ସଫ୍ଟୱେୟର ଇଞ୍ଜିନିୟର ଅତ୍ୟଧିକ କାମ ପ୍ରେସର ପାଇଁ ଆତ୍ମହତ୍ୟା କରିଥିବା ଜାତୀୟ ଗଣମାଧ୍ୟମରେ ସାମ୍ନାକୁ ଆସିଛି। ଅର୍ନଷ୍ଟ ଆଣ୍ଡ ୟଙ୍ଗ କମ୍ପାନୀରେ କାମ କରୁଥିବା ଜଣେ 26 ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। କାମ ଚାପରେ ଖାଇବା-ପିଇବାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହାରି ଭିତରେ ପ୍ରତିଦିନ ଏପରି କର୍ମଚାରୀ ଚାପରେ ଆତ୍ମହତ୍ୟା କରିବାକୁ ନେଇ ସବୁଠି ଆଲୋଚନା ହେଉଛି । ଚେନ୍ନାଇରେ ଚାପରେ ରହି ଆତ୍ମହତ୍ୟା କରିଛନ୍ତି କାର୍ତ୍ତିକେୟନ। ସେ ବିଦ୍ୟୁତ ତାରକୁ ନିଜ ଦେହରେ ଲଗାଇ ଆତ୍ମହତ୍ୟା କରିଛନ୍ତି।
କାର୍ତ୍ତିକେୟନଙ୍କ ଘର ତାମିଲନାଡ଼ୁରେ। ସେ ଚେନ୍ନାଇର ଏକ କମ୍ପାନୀରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ। ଚେନ୍ନାଇରେ ମଧ୍ୟ ତାଙ୍କ ପତ୍ନୀ ଏବଂ ଦୁଇଟି ପିଲା ରହହୁଥିଲେ। ତେବେ କାମ ପ୍ରେସର ପ୍ରବଳ ଥିବାର ସେ ପରିବାରକୁ ସମୟ ଦେଇପାରୁନଥିଲେ । କାର୍ତ୍ତିକେୟନ୍ କିଛି ଦିନ ହେବ ଡିପ୍ରେସନରେ ରହୁଥିଲେ। ଏହି କାରଣରୁ ସବୁବେଳେ ଚିଡ଼ଚିଡ ହେଉଥିଲେ। ତେବେ ଆପଣ ଯଦି କାମ ପ୍ରେସରରେ ରହୁଛନ୍ତି ତେବେ ମେଡିସିନ ଖାଆନ୍ତୁ ଏବଂ ଖୁସିରେ ରୁହନ୍ତୁ । ବସକୁ ଖୋଲି କୁହନ୍ତୁ ଯେ କାମ ପ୍ରେସର ରହୁଛି । କାରଣ ଆପଣଙ୍କ ଦେହ ସୁସ୍ଥ ଥିଲେ କାମ କରିବେ । ଥରେ ଅସୁସ୍ଥ ହେଲେ ପରିବାର କଷ୍ଟ ପାଇବେ ।