ଓବିସି ଅଧିକାର ପାଇଁ ନିର୍ବାଚନ ପୂର୍ବରୁ ଚିତ୍କାର କରୁଥିଲା ବିଜେପି । ଏବେ ସରକାରକୁ ଆସିବାର ଶହେ ଦିନ ବିତିଗଲାଣି, ହେଲେ ଆଉ ତୁଣ୍ଡ ଖୋଲିନି ବୋଲି ବିଜେଡି ଅଭିଯୋଗ କରିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏ ଯାଏଁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇ ନଥିବାରୁ, ଉଭୟ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଅବହେଳିତ ହେଉଛନ୍ତି ଓବିସି । ଜାତିଭିତ୍ତିକ ଜନଗଣନା କରିବାରେ ସରକାରଙ୍କ ଉଦାସୀନ ମନୋଭାବ ପଦାରେ ପଡିଛି । ଶହେ ଦିନର ସଫଳତାର ବାହସ୍ଫୋଟ ମାରୁଥିବା ବିଜେପି ସରକାର ଓବିସିଙ୍କ କ୍ଷେତ୍ରରେ କି ଆଭିମୁଖ୍ୟ ନେଇଛି ବୋଲି ପ୍ରଶ୍ନ କରିଛି ବିଜେଡି। ଡବଲ ଇଞ୍ଜିନ ସରକାରର ଡବଲ ଧୋକା ବିରୋଧରେ ବିଜେପିକୁ କାଠଗଡ଼ାକୁ ଟାଣିଛି ବିଜେଡି ।ଓବିସିଙ୍କ କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତିକୁ ବିରୋଧ କରି ଏପରି କିଛି ପ୍ରଶ୍ନ କରିଛି ବିଜେଡି । ସବୁବେଳେ ଓବିସିଙ୍କ ପାଇଁ ଲଢ଼େଇ କରୁଥିଲେ ନବୀନ ପଟ୍ଟନାୟକ । କିପରି ଆବଶ୍ୟକତା ପହଞ୍ଚି ପାରିବ ସେ ନେଇ ସାରା ଦେଶରେ ସୃଷ୍ଟି କରିଥିଲେ ଉଦାହରଣ । କିନ୍ତୁ ରାଜ୍ୟର ବିଜେପି ସରକାର ପଛୁଆ ବର୍ଗଙ୍କ ପାଇଁ କିଛି କରୁ ନଥିବା ଅଭିଯୋଗ କରିଛି ବିଜେଡି ।