ସୁଭଦ୍ରା ଯୋଜନା ପାଇଁ ଗାଁରୁ ସହର ମହିଳାମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ତେବେ ଯେଉଁମାନେ ଆଜି ସୁଦ୍ଧା ନାମ ପଂଜୀକରଣ କରିବେ ସେମାନଙ୍କୁ 17 ତାରିଖରେ ଟଙ୍କା ମିଳିବ । ଏବେ ବି 50 ପ୍ରତିଶତ ମହିଳା ନାମ ପଂଜୀକରଣ କରିନାହାଁନ୍ତି । ଆସନ୍ତା ୧୭ ତାରିଖ ଦିନ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବାକୁ ଥିବାବେଳେ ଅନେକ ମହିଳା ଏବେ ବି ପଂଜୀକରଣ ପାଇଁ ଧାଡି ଲଗାଇଛନ୍ତି । ତେବେ ଏହି ଯୋଜନା ପାଇଁ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ ମହିଳା ପଞ୍ଜୀକରଣ କରିସାରିଲେଣି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୧୫ ତାରିଖ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ପ୍ରଦାନ କରାଯିବ । ତେଣୁ ଆଜି ରବିବାର ଥିଲେ ମଧ୍ୟ ଅନେକ ସ୍ଥାନରେ ପଂଜୀକରଣ ପାଇଁ ଗହଳି ଦେଖିବାକୁ ମିଳିଛି ।