ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ଲଡୁ ଅପମିଶ୍ରିତ ଘିଅରେ ତିଆରି ହେଉଥିବା ବିବାଦକୁ ନେଇ ସାରା ଦେଶରେ ଚର୍ଚା ଲାଗି ରହିଛି । ଏହି ବିବାଦ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ଓଡ଼ିଶା ସରକାର। ଏଣିକି ଶ୍ରୀମନ୍ଦିରରେ ଓମଫେଡ ଘିଅ ବ୍ୟବହାର କରାଯିବାକୁ କୁହାଯାଇଛି । ବ୍ୟବହୃତ ହେଉଥିବା ଘିଅ ନେଇ ଆଜି ବଡ଼ ବୟାନ୍ ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ। ସେ କହିଛନ୍ତି, ଯଦି ଆବଶ୍ୟକ ପଡ଼େ ତା’ହେଲେ ଘିଅର ମାନ ଯାଞ୍ଚ ହେବ। ଏନେଇ ଓମ୍ଫେଡ୍ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବୁ। ଏଥିସହ ଦୀପ ଜଳାରେ ବ୍ୟବହୃତ ହେଉଥିବା ଘିଅ ଉପରେ ୱେଟ୍ ଆଣ୍ଡ ମେଜର ଓ ଫୁଡ୍ ସେଫ୍ଟି ବିଭାଗ ନଜର ରଖିଛି ବୋଲି ଜିଲ୍ଲାପାଳ କହିଛନ୍ତି।